Sonepur Anganwadi Sahayika Recruitment 2026

Sonepur Anganwadi Sahayika Recruitment 2026

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ, ସୋନପୁର ଅଙ୍ଗନୱାଡି ସାହାର୍ଯ୍ୟକାରିଣୀ ନିଯୁକ୍ତି

Sonepur Anganwadi Sahayika Recruitment 2026: ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶାଙ୍କ ନିୟମାବଳୀ ଚିଠି ସଂଖ୍ୟା WCD-ICDS-G-MISC-0033-2022 4970 /WCD, Date: 15/03/2023 ଅନୁଯାୟୀ ପୌରପରିଷଦ ରେ ଅଙ୍ଗନୱାଡି କେନ୍ଦ୍ର ସକାଶେ “ଅଙ୍ଗନୱାଡି ସାହାର୍ଯ୍ୟକାରିଣୀ” ପଦବୀ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରାଯାଉଅଛି।

ଏଣୁ ଆଗ୍ରହି ମହିଳା ପ୍ରାର୍ଥିନୀମାନେ ଅନଲାଇନ ମାଧ୍ୟମରେ ଆବେଦନ ଫର୍ମରେ ସଠିକ ଭାବେ ପୂରଣ କରି ଆସନ୍ତା ତା-୦୬.୦୯.୨୦୨୬ ରିଖ ଠାରୁ ତା-୨୦.୦୯.୨0୨୬ ରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ (Website-https://engagement-awc.odisha.gov.in)।

ଆବେଦନକାରୀ ସମସ୍ତ ଶିକ୍ଷାଗତ ଯୋଗ୍ୟତା, ଜାତିଗତ, ସ୍ଥାୟୀ ବାସିନ୍ଦାର ପ୍ରମାଣ ପତ୍ର, ଇତ୍ୟାଦିର ମୂଳ ପ୍ରମାଣପତ୍ର ଦାଖଲ କରି ଅନଲାଇନ ମାଧ୍ୟମରେ ଆବେଦନ କରିବେ। ଅସମ୍ପୂର୍ଣ୍ଣ ଭାବେ ପୂରଣ କରାଯାଇଥିବା ଆବେଦନ ପତ୍ର ଏବଂ ତ୍ରୁଟିଯୁକ୍ତ ଭାବେ ପୂରଣ କରାଯାଇ ଥିବା ଆବେଦନ ପତ୍ର ଗୁଡିକୁ ପ୍ରମାଣ ପତ୍ର ଯାଞ୍ଚ କରାଯିବା ଦିନ ରଦ୍ଦ କରାଯିବ।

Vacancy Details (ଶୂନ୍ୟପଦ ବିବରଣୀ)

ଅଙ୍ଗନୱାଡି କେନ୍ଦ୍ରର ତାଲିକା:

କ୍ରମିକ ନମ୍ବରୱାର୍ଡ ନମ୍ବରଖାଲି ପଡିଥିବା ଅଙ୍ଗନୱାଡି କେନ୍ଦ୍ରର ନାମଆବେଦନ କରି ପାରିବେ (ସର୍ଭେ ପରିସୀମା ଭିତରେ ସମ୍ପୃକ୍ତ କେନ୍ଦ୍ର ପାଇଁ ଅଞ୍ଚଳର ମହିଳାମାନେ)
୧.୧୨ମାଳିପଡାବିକଳ କୁମ୍ଭାର ଙ୍କ ଘର ଠାରୁ ବାଲୁଙ୍କେଶ୍ବର ଦଳବେହେରା ଙ୍କ ଘର ପର୍ଯ୍ୟନ୍ତ
୨.୧୦ପଟାଭାଡିସହଦେବ ମେହେର ଙ୍କ ଘର ଠାରୁ ଡିଗେଶ୍ବର ମେହେର ଙ୍କ ଘର ପର୍ଯ୍ୟନ୍ତ

Eligibility Criteria (ଯୋଗ୍ୟତା ମାପଦଣ୍ଡ)

ଆବେଦନକାରୀଙ୍କ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ:

୧- ଆବେଦନକାରୀ କେବଳ ମହିଳା ଶ୍ରେଣୀ ଓ ସମ୍ପୃକ୍ତ ପୌର ପରିଷଦର କେନ୍ଦ୍ର ପରିସୀମାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ । ୨- ପ୍ରାର୍ଥିନୀଙ୍କ ବୟସ ତା-୦୧.୦୧.୨୦୨୬ ରିଖ ସୁଦ୍ଧା ୧୮ ବର୍ଷରୁ କମ୍ କିମ୍ବା ୩୫ ବର୍ଷରୁ ଉର୍ଦ୍ଧ ହୋଇ ନଥ‌ିବେ । ୩- ଅଙ୍ଗନୱାଡି କେନ୍ଦ୍ର ପାଇଁ ଆବେଦନ କରିଥିବା ପ୍ରାର୍ଥିନୀ ସ୍ଵୀକୃତିପ୍ରାପ୍ତ ଉଚ୍ଚବିଦ୍ୟାଳୟରୁ ଅନ୍ୟୁନ ଦ୍ବାଦଶ (+2) କିମ୍ବା ତତୁଲ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ। ୪- ପ୍ରାର୍ଥିନୀଙ୍କ ପାଇଁ ଓଡିଆରେ ଲେଖ୍, ପଢି ଓ କହି ପାରୁଥିବା ବାଧ୍ୟତାମୂଳକ ଅଟେ। ଯେଉଁ ମାନେ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରିଥିବେ ସେମାନଙ୍କର ସପ୍ତମ Standard ରେ ଓଡିଆ Pass କରିଥିବା ପ୍ରମାଣ ପତ୍ର ଦାଖଲ କରିବେ । ୫- ସ୍ଥାୟୀ ବାସିନ୍ଦା ଓ ଜାତିଗତ ପ୍ରମାଣ ପତ୍ର ସମ୍ପୃକ୍ତ ତହସିଲଦାରଙ୍କ ଦ୍ବାରା ପ୍ରଦତ୍ତ ହୋଇଥିଲେ ତାହା ଗ୍ରହଣୀୟ ଅଟେ ।

Job location (କାର୍ଯ୍ୟ ସ୍ଥାନ)

ସୋନପୁର / ସୁବର୍ଣ୍ଣପୁର ପୌରପରିଷଦ (ମାଳିପଡା – ୱାର୍ଡ ନମ୍ବର ୧୨, ପଟାଭାଡି – ୱାର୍ଡ ନମ୍ବର ୧୦), ଓଡ଼ିଶା।

ଚୟନପ୍ରକ୍ରିୟା (Selection Process)

  • ଆସନ୍ତା ୨୧.୦୯.୨୦୨୬ ରିଖ ଦିବା ୧୧.୦୦ ଘଣ୍ଟା ସମୟରେ ଅବେଦନକାରିଣୀମାନେ ମୂଳ ପ୍ରମାଣ ପତ୍ର ସହିତ ଶିଶୁ ବିକାଶ କାର୍ଯ୍ୟାଳୟରେ ଅନଲାଇନ ମାଧ୍ୟମରେ ଦାଖଲ କରିଥିବା ପ୍ରମାଣ ପତ୍ରର ଯାଞ୍ଚ ପାଇଁ ଉପସ୍ଥିତ ରହିବେ ଓ ଯେଉଁ ମାନେ ଅନୁପସ୍ଥିତ ରହିବେ ସେମାନଙ୍କର ପ୍ରାଥୀତ୍ବ ରଦ୍ଦ ହେବ ।
  • ପ୍ରମାଣ ପତ୍ର ଯାଞ୍ଚ ସମୟରେ ଅସମ୍ପୂର୍ଣ୍ଣ କିମ୍ବା ତ୍ରୁଟିଯୁକ୍ତ ଆବେଦନ ପତ୍ର ଗୁଡିକୁ ରଦ୍ଦ କରାଯିବ।

ଆବେଦନ କରିବାରପ୍ରଣାଳୀ (How to Apply)

  • ଆଗ୍ରହି ମହିଳା ପ୍ରାର୍ଥିନୀମାନେ ଅନଲାଇନ ମାଧ୍ୟମରେ ଆବେଦନ ଫର୍ମରେ ସଠିକ ଭାବେ ପୂରଣ କରି ଆସନ୍ତା ତା-୦୬.୦୯.୨୦୨୬ ରିଖ ଠାରୁ ତା-୨୦.୦୯.୨୦୨୬ ରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ଯମରେ ଆବେଦନ କରିବେ।
  • ଆବେଦନ ୱେବସାଇଟ୍: [https://engagement-awc.odisha.gov.in](https://engagement-awc.odisha.gov.in)
  • ଆବେଦନକାରୀ ସମସ୍ତ ଶିକ୍ଷାଗତ ଯୋଗ୍ୟତା, ଜାତି ଗତ, ସ୍ଥାୟୀ ବାସିନ୍ଦାର ପ୍ରମାଣ ପତ୍ର, ଇତ୍ୟାଦିର ମୂଳ ପ୍ରମାଣପତ୍ର ଦାଖଲ କରି ଅନଲାଇନ ମାଧ୍ଯମରେ ଆବେଦନ କରିବେ।
  • ଆବେଦନ ଫର୍ମରେ ନିଜର ଏକ ପାସ ପୋର୍ଟ ସାଇଜ୍ ଫଟୋ ଲଗାଇବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates)

  • ଆବେଦନ ଆରମ୍ଭ ତାରିଖ: ୦୬.୦୯.୨୦୨୬
  • ଆବେଦନ ଶେଷ ତାରିଖ: ୨୦.୦୯.୨୦୨୬
  • ମୂଳ ପ୍ରମାଣ ପତ୍ର ଯାଞ୍ଚ ତାରିଖ ଓ ସମୟ: ୨୧.୦୯.୨୦୨୬ (ଦିବା ୧୧.୦୦ ଘଣ୍ଟା)

ଆବଶ୍ୟକୀୟ ଦଲିଲପତ୍ର (Required Documents)

୧. ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର (ଅନ୍ୟୁନ ଦ୍ବାଦଶ / +2 କିମ୍ବା ତତୁଲ୍ୟ) ୨. ଇଂରାଜୀ ମାଧ୍ୟମ ଶିକ୍ଷାର୍ଥୀଙ୍କ ପାଇଁ ସପ୍ତମ Standard ରେ ଓଡିଆ Pass କରିଥିବା ପ୍ରମାଣ ପତ୍ର ୩. ସମ୍ପୃକ୍ତ ତହସିଲଦାରଙ୍କ ଦ୍ବାରା ପ୍ରଦତ୍ତ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ୪. ସମ୍ପୃକ୍ତ ତହସିଲଦାରଙ୍କ ଦ୍ବାରା ପ୍ରଦତ୍ତ ଜାତିଗତ ପ୍ରମାଣ ପତ୍ର ୫. ପାସପୋର୍ଟ ସାଇଜ୍ ଫଟୋ ୬. ଅନାଥ, ବିଧବା, ଭିନ୍ନକ୍ଷମ, ଅସହାୟ, ଛାଡପତ୍ର ପାଇ ଥିବା ମହିଳା, ପରିତ୍ୟକ୍ତ, ତଫସିଲ ଭୁକ୍ତ ଜାତି/ଜନଜାତି, ଉଚ୍ଚଶିକ୍ଷାଗତ ଯୋଗ୍ୟତା ହୋଇଥିଲେ ପ୍ରାର୍ଥିନୀ ସ୍ବୀକୃତି ପ୍ରାପ୍ତ ଅଧିକାରୀଙ୍କଠାରୁ ପ୍ରମାଣ ପତ୍ର

ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ (Important instructions)

  • ବି.ଦ୍ର-୧: ଅନଲାଇନ ଆବେଦନ କାରିଣୀ ଦାଖଲ କରିଥିବା ଯେକୌଣସି ପ୍ରମାଣ ପତ୍ର ମିଥ୍ୟା ପ୍ରମାଣ ହେଲେ ତାଙ୍କର ପ୍ରାର୍ଥିତା ନାକଚ ହେବା ସହିତ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ।
  • ଅସମ୍ପୂର୍ଣ୍ଣ ଭାବେ ପୂରଣ କରାଯାଇଥିବା ଆବେଦନ ପତ୍ର ଏବଂ ତ୍ରୁଟିଯୁକ୍ତ ଭାବେ ପୂରଣ କରାଯାଇ ଥିବା ଆବେଦନ ପତ୍ର ଗୁଡିକୁ ପ୍ରମାଣ ପତ୍ର ଯାଞ୍ଚ କରାଯିବା ଦିନ ରଦ୍ଦ କରାଯିବ।
  • ୨୧.୦୯.୨୦୨୬ ରିଖ ଦିବା ୧୧.୦୦ ଘଣ୍ଟା ସମୟରେ ଅନୁପସ୍ଥିତ ରହିଲେ ପ୍ରାର୍ଥୀତ୍ବ ରଦ୍ଦ ହେବ।

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ (Important Links)

Leave a Comment

Your email address will not be published. Required fields are marked *

Scroll to Top