
Odisha Panchayat Office Recruitment 2025: ବୌଦ୍ଧ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୭୯୩, ତାରିଖ ୨୧.୦୮.୨୦୨୪ ଅନୁଯାୟୀ, ହରଭଙ୍ଗା ପଞ୍ଚାୟତ ସମିତି ଅଧୀନରେ ପିତାମ୍ବରପୂର, ରାଧାନଗର, ମହାଳିକପଡା, କୁସଙ୍ଗ, ଡିଲେଶ୍ବର, ବିରନରସିଂହପୁର ଓ କରଞ୍ଜକଟା ଗ୍ରାମ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ନିୟମିତ ଚାଳନା ପାଇଁ “ଯୋଗାଣ ସହାୟକ” ପଦବୀରେ ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ । ଏହି ସହାୟକମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅଧୀନରେ ରହି ସାଧାରଣ ବଣ୍ଟନ ପ୍ରକ୍ରିୟାର ସୁଚାଳନା କାର୍ଯ୍ୟ ସମ୍ଭାଳିବେ । ଏହି ପଦବୀ ପାଇଁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନଙ୍କ ଠାରୁ ନିର୍ଦ୍ଦିଷ୍ଟ ଆବେଦନ ଫର୍ମ ମାଧ୍ୟମରେ ଦରଖାସ୍ତ ଆହ୍ବାନ କରାଯାଉଛି ।
Key details for Odisha Panchayat Office Recruitment Boudh
Name of the post | Jogana Sahayak /“ଯୋଗାଣ ସହାୟକ” |
Number of Post | 01(ଜଣେ) |
Eligibility/ ଯୋଗ୍ୟତା | ପ୍ରାର୍ଥୀ ଉକ୍ତ ଗ୍ରାମ ପଞ୍ଚାୟତର ସ୍ଥାୟୀ ବାସିନ୍ଦା ହେବା ସହିତ, ସେ ଅନ୍ୟୁନ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। |
Age/ ବୟସ | ପ୍ରାର୍ଥୀଙ୍କ ବୟସ ୦୧.୦୯.୨୦୨୫ ରେ କମରେ ୨୧ ବର୍ଷ ଓ ଅଧିକରେ ୩୫ ବର୍ଷ ମଧ୍ୟରେ ଥିବା ଉଚିତ। |
Remuneration/ ଦରମା | ଯୋଗାଣ ସହାୟକଙ୍କ ମାସିକ ପାରିଶ୍ରମିକ ସର୍ବାଧିକ ଟଙ୍କା ୮,୦୦୦/- ରୁ ଅଧିକ ହେବେ ନାହିଁ । ଏହା ସହିତ, ଉକ୍ତ ପାରିଶ୍ରମିକ ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ଆସୁଥିବା କମିଶନ ରାଶିର ୮୦% ରୁ ଅଧିକ ହୋଇବା ନିଷେଧ। |
Selection procedure (ଚୟନ ପଦ୍ଧତି) for Odisha Panchayat Office Recruitment Boudh
ଆବେଦନକାରୀଙ୍କ ମାଟ୍ରିକ, +୨ ଓ +୩ ପରୀକ୍ଷାର ନମ୍ବରକୁ କ୍ରମଶଃ ୩୦%, ୩୦% ଓ ୪୦% ଓଜନ ଦେଇ ମୋଟ ନମ୍ବର ଗଣନା କରି, ଶୀର୍ଷ ୩ ଜଣଙ୍କ ଅଗ୍ରାଧିକାର କ୍ରମତାଲିକା ପ୍ରସ୍ତୁତ କରାଯିବ। ଜିଲ୍ଲାପାଳଙ୍କ ଅନୁମୋଦନ ପରେ, ଏହି କ୍ରମତାଲିକାର ପ୍ରଥମ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଜାରି କରାଯିବ।
Application Procedure (ଆବେଦନ ଶୈଳୀ) for Odisha Panchayat Office Recruitment Boudh
ନିମ୍ନୋକ୍ତ ପ୍ରମାଣପତ୍ରଗୁଡ଼ିକ ସହିତ ଆବେଦନପତ୍ରକୁ ଆବଶ୍ୟକତାଭଳି ୧୨.୦୯.୨୦୨୫ ତାରିଖ ଅପରାହ୍ନ ୪ଟା ପୂର୍ବରୁ, ନିଜ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରି/ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପହଞ୍ଚିବାକୁ ପଡିବ । ଧାର୍ଯ୍ୟ ସମୟ ପରେ ଆସିଥିବା କୌଣସି ଆବେଦନପତ୍ରକୁ ବିଚାର କରାଯିବ ନାହିଁ।
ଆବେଦନପତ୍ର ଓ ପ୍ରମାଣପତ୍ର ସହିତ ଥିବା ଲଫାଫା ଉପରେ, “ନିଜ ଗ୍ରାମ ପଞ୍ଚାୟତର ନାମ ସହିତ ଯୋଗାଣ ସହାୟକ ପାଇଁ ଆବେଦନପତ୍ର” ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ ହେବା ଆବଶ୍ୟକ।
Required Documents/ ଆବଶ୍ୟକୀୟ ପ୍ରମାଣପତ୍ର
ପ୍ରାର୍ଥୀ ନିଜ ଆବେଦନ ପତ୍ର ସହିତ, ନିମ୍ନୋକ୍ତ ପ୍ରମାଣପତ୍ରଗୁଡ଼ିକର ସ୍ୱଯଂ-ସହୀତ (Self-attested) ଅବିକଳ ପ୍ରତିଲିପି ଦାଖଲ କରିବାକୁ ପଡିବ
୧. ମାଟ୍ରିକ, +୨ ଓ +୩ ପରୀକ୍ଷାର ସାର୍ଟିଫିକେଟ ଏବଂ ମାର୍କସିଟ।
୨. ତହସିଲଦାରଙ୍କ ଦ୍ୱାରା ଇସ୍ୟୁ ହୋଇଥିବା ସଦ୍ୟ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର।
୩. ଦୁଇଟି ପାସପୋର୍ଟ ଆକାରର ଫଟୋ।
General Instructions (ସାଧାରଣ ନିର୍ଦ୍ଦେଶାବଳୀ) relating to Odisha Panchayat Office Recruitment Boudh
୧. ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଅସ୍ଥାୟୀ । ନିଯୁକ୍ତିଲାଭୀ ପ୍ରାର୍ଥୀଙ୍କୁ ଭବିଷ୍ୟତରେ ସ୍ଥାୟୀକରଣ ବା ଅନ୍ୟାନ୍ୟ ଦାବି ପାଇଁ କୌଣସି ଆଇନଗତ କିମ୍ବା ଅଦାଲତୀୟ ଅଧିକାର ମିଳିବେ ନାହିଁ ।
୨. ନିମ୍ନସ୍ବାକ୍ଷରକାରୀଙ୍କର ଅଧିକାର ରହିଛି ଯେ, କୌଣସି କାରଣ ଦର୍ଶାଇବା ବା ସର୍ଭ କରିବା ବିନା, ଆବେଦକଙ୍କ ଆବେଦନପତ୍ର, ଚୟନ ବା ନିଯୁକ୍ତିକୁ ଖାରଜ କରିପାରିବେ ।
Important Dates for Odisha Panchayat Office Recruitment Boudh
The last date for Receiving application: 12.09.2025 (୧୨.୦୯.୨୦୨୫)
Yas