OAV Nimapara Recruitment 2026: Apply for Cook Posts

OAV Nimapara Puri Cook Recruitment 2026

ପ୍ରଧାନ ରୋଷେୟା (Head Cook) ଓ ସହକାରୀ ରୋଷେୟା (Assistant Cook) ନିଯୁକ୍ତି ବିଜ୍ଞପ୍ତି

OAV Nimapara Recruitment 2026: OAV Nimapara Puri invites applications from eligible candidates for the appointment of Head Cook and Assistant Cook for the 100-seated Boys’ Hostel of Odisha Adarsha Vidyalaya, Hansapada, Nimapada, under Puri District, subject to the following terms and conditions:

(ପୁରୀ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହଂସପଡ଼ା, ନିମାପଡ଼ା, 100 ଆସନ ବିଶିଷ୍ଟ ବାଳକ ଛାତ୍ରାବାସ ପାଇଁ ପ୍ରଧାନ ରୋଷେୟା ଓ ସହକାରୀ ରୋଷେୟାଙ୍କ ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ନିମ୍ନଲିଖିତ ସର୍ଭାବଳୀ ଅନୁଯାୟୀ ଆବେଦନ ଆହ୍ୱାନ କରାଯାଉଛି ।)

Vacancy Details (ଶୂନ୍ୟପଦ ବିବରଣୀ)

  • ପ୍ରଧାନ ରୋଷେୟା (Head Cook): 01 ପଦବୀ
  • ସହକାରୀ ରୋଷେୟା (Assistant Cook): 01 ପଦବୀ

Eligibility Criteria (ଯୋଗ୍ୟତା ମାପଦଣ୍ଡ)

ପ୍ରଧାନ ରୋଷେୟା (Head Cook-01)

  1. ପ୍ରାର୍ଥୀ ପୁରୁଷ ହେବା ଆବଶ୍ୟକ ।
  2. ସେ 24×7 ଛାତ୍ରାବାସରେ ରହିବାକୁ ବାଧ୍ୟ ।
  3. ବୟସ: 31/07/2026 ସୁଦ୍ଧା 30 ବର୍ଷରୁ 40 ବର୍ଷ ।
  4. ରନ୍ଧନ କଳାରେ ପ୍ରଶିକ୍ଷଣପ୍ରାପ୍ତ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।
  5. ରୋଷେୟାଙ୍କ ପୋଷାକ, ରନ୍ଧନ ପ୍ରଣାଳୀ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ଉଚ୍ଚମାନର ହେବା ଆବଶ୍ୟକ ।
  6. LPG ବ୍ୟବହାରରେ ଦକ୍ଷ ହେବା ଆବଶ୍ୟକ ।

ସହକାରୀ ରୋଷେୟା (Assistant Cook-01)

  1. ପ୍ରାର୍ଥୀ ପୁରୁଷ ହେବା ଆବଶ୍ୟକ ।
  2. ସେ 24×7 ଛାତ୍ରାବାସରେ ରହିବାକୁ ବାଧ୍ୟ ।
  3. ବୟସ: 31/07/2026 ସୁଦ୍ଧା 21 ବର୍ଷରୁ 32 ବର୍ଷ ।
  4. ରନ୍ଧନ କଳାରେ ପ୍ରଶିକ୍ଷଣପ୍ରାପ୍ତ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।
  5. ରୋଷେୟାଙ୍କ ପୋଷାକ, ରନ୍ଧନ ପ୍ରଣାଳୀ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ଉଚ୍ଚମାନର ହେବା ଆବଶ୍ୟକ ।
  6. LPG ବ୍ୟବହାରରେ ଦକ୍ଷ ହେବା ଆବଶ୍ୟକ ।

Salary Details (ଦରମାବିବରଣୀ)

  • ପ୍ରଧାନ ରୋଷେୟା (Head Cook): ମାସିକ ପାରିଶ୍ରମିକ ₹9,000/- (କର୍ମଚାରୀ ଓ ନିଯୁକ୍ତିଦାତାଙ୍କ EPF ଅଂଶ ସହିତ)
  • ସହକାରୀ ରୋଷେୟା (Assistant Cook): ମାସିକ ପାରିଶ୍ରମିକ ₹6,750/- (କର୍ମଚାରୀ ଓ ନିଯୁକ୍ତିଦାତାଙ୍କ EPF ଅଂଶ ସହିତ)

Job location (କାର୍ଯ୍ୟସ୍ଥାନ)

  • ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହଂସପଡ଼ା, ନିମାପଡ଼ା, ପୁରୀ, ଓଡ଼ିଶା (100 ଆସନ ବିଶିଷ୍ଟ ବାଳକ ଛାତ୍ରାବାସ)।

ଚୟନପ୍ରକ୍ରିୟା (Selection Process)

  • ପ୍ରଥମେ ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ସ୍ଥାନୀୟ ଅଞ୍ଚଳରେ ଯୋଗ୍ୟ ପ୍ରାର୍ଥୀ ନ ମିଳିଲେ ସମ୍ପୃକ୍ତ ବ୍ଲକ୍‌କୁ ଏକକ ଭାବରେ ବିଚାର କରାଯିବ। ସେଠାରେ ମଧ୍ୟ ପ୍ରାର୍ଥୀ ନ ମିଳିଲେ ନିକଟବର୍ତ୍ତୀ ବ୍ଲକ୍‌ର ପ୍ରାର୍ଥୀଙ୍କ ବିଚାର କରାଯିବ ।
  • କୌଣସି ପରିସ୍ଥିତିରେ ପୁରୀ ଜିଲ୍ଲା ବାହାରର ପ୍ରାର୍ଥୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ ନାହିଁ।
  • ଚୟନ କମିଟି ରନ୍ଧନର ବ୍ୟବହାରିକ ପରୀକ୍ଷା ନେଇପାରନ୍ତି ଏବଂ ଖାଦ୍ୟର ସ୍ବାଦ, ପ୍ରସ୍ତୁତି ସମୟ ଓ ପରିଚ୍ଛନ୍ନତା ଆଧାରରେ ମୂଲ୍ୟାଙ୍କନ କରିବେ ।
  • ଦଲିଲ ଯାଞ୍ଚ (Document Verification) ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଆବେଦନକରିବାର ପ୍ରଣାଳୀ (How to Apply)

  • ଯୋଗ୍ୟ ପ୍ରାର୍ଥୀମାନେ ନିଜ ଆବେଦନପତ୍ର 11/09/2026 ତାରିଖ ମଧ୍ୟରେ (କାର୍ଯ୍ୟାଳୟ ସମୟ ମଧ୍ୟରେ) ନିମ୍ନ ଠିକଣାରେ କେବଳ ରେଜିଷ୍ଟର୍ଡ ପୋଷ୍ଟ କିମ୍ବା ସ୍ପିଡ୍ ପୋଷ୍ଟ / By Hand (ହାତରେ ଦାଖଲ) ମାଧ୍ୟମରେ ପଠାଇବେ / ଗ୍ରହଣ କରାଯିବ ।
  • ଠିକଣା: ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହଂସପଡ଼ା, ବ୍ଲକ୍ – ନିମାପଡ଼ା, ଜିଲ୍ଲା – ପୁରୀ, ପିନ୍ – 752106
  • ଇ-ମେଲ୍, କୁରିଅର୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପ୍ରେରିତ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ।

ଗୁରୁତ୍ୱପୂର୍ଣ୍ଣତାରିଖ (Important Dates)

  • ଆବେଦନର ଶେଷ ତାରିଖ: 11/09/2026 (କାର୍ଯ୍ୟାଳୟ ସମୟ ମଧ୍ୟରେ)
  • ଦଲିଲ ଯାଞ୍ଚ (Document Verification) ତାରିଖ ଓ ସମୟ: 12/09/2026 ପୂର୍ବାହ୍ନ 11.00 ଘଟିକା

ଆବଶ୍ୟକୀୟଦଲିଲପତ୍ର (Required Documents)

Photocopy of documents to be enclosed (Self-Attested): a) HSC Certificate b) HSC Mark Sheet c) +2 Certificate d) +2 Mark Sheet e) BA/BSc Certificate f) BA/BSc Mark Sheet g) Caste Certificate h) Aadhar Card i) Residence Certificate j) Certificate of Experience in Hostel Management k) 2 nos. of Passport size photographs

ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ (Important instructions)

  1. ଅସମ୍ପୂର୍ଣ୍ଣ ଆବେଦନପତ୍ର କିମ୍ବା ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ଆବେଦନପତ୍ରକୁ ସିଧାସଳଖ ବାତିଲ୍ କରାଯିବ ।
  2. ଡାକ ବିଳମ୍ବ ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ।
  3. କର୍ତ୍ତୃପକ୍ଷ କୌଣସି କାରଣ ନ ଦର୍ଶାଇ ଯେକୌଣସି କିମ୍ବା ସମସ୍ତ ଆବେଦନ ବାତିଲ୍ କରିବାର ଅଧିକାର ସଂରକ୍ଷିତ ରଖିଛନ୍ତି ।
  4. ନିଯୁକ୍ତିର ଅବଧି: ନିଯୁକ୍ତିର ଅବଧି ଏକ ବର୍ଷ ରହିବ। ଏକ ବର୍ଷର ଅବଧି ସମାପ୍ତ ହେବା ପରେ କର୍ମଚାରୀଙ୍କ ସନ୍ତୋଷଜନକ କାର୍ଯ୍ୟଦକ୍ଷତାକୁ ଆଧାର କରି ଅତି କମରେ ଗୋଟିଏ କାର୍ଯ୍ୟଦିବସର ବ୍ୟବଧାନ ରଖି ପୁନଃ ନିଯୁକ୍ତି କରାଯିବ ।
  5. ପୁରୀ ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟସମୂହ ପୁରୀଙ୍କ ଆଦେଶକ୍ରମେ।

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ (Important Links)

Leave a Comment

Your email address will not be published. Required fields are marked *

Scroll to Top