Cuttack District Collectorate Recruitment 2026 – Apply for Revenue Officer, Assistant & Amin Post

Cuttack District Collectorate Revenue Officer, Assistant & Amin Recruitment 2026

Cuttack District Collectorate Recruitment 2026: କଟକ ଜିଲ୍ଲାରେ “ଜାତୀୟ ରାଜପଥ ନଂ.୪୨/୫୫ ର ସଂପ୍ରସାରଣ” ନିମନ୍ତେ ଭୂ-ଅର୍ଜନ ଅଧିକାରୀ ଓ କ୍ଷମତାପନ୍ନ ପ୍ରାକାରୀ ଜାତୀୟ ରାଜପଥ ନଂ-୪୨/ ୫୫ ଙ୍କ କାର୍ଯ୍ୟାଳୟରେ ଭୂ-ଅର୍ଜନ ସମ୍ବନ୍ଧୀୟ କାର୍ଯ୍ୟ କରିବା ପାଇଁ ୬ ମାସ ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ଏହି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞାପନ ସଂଖ୍ୟା:୧୮୦୨, ତା: ୦୭.୦୯.୨୦୨୬ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା ।

Vacancy Details (ଶୂନ୍ୟପଦ ବିବରଣୀ)

କ୍ରମିକ ସଂଖ୍ୟାପଦବୀଯୋଗ୍ୟତାପଦବୀ ସଂଖ୍ୟାମାସିକ ପାରିଶ୍ରମିକ
ରାଜସ୍ବ ଅଧିକାରୀଅବସରପ୍ରାପ୍ତ ଓ.ପ୍ର.ସେ/ଓ.ରା.ସେ୦୧₹୩୦,୦୦୦/-
ସହାୟକ ତଥା ହିସାବରକ୍ଷକଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ/ବରିଷ୍ଠ ସହାୟକ୦୧₹୨୦,୦୦୦/-
ଅମିନଅବସରପ୍ରାପ୍ତ ରାଜସ୍ବ ପରିଦର୍ଶକ/ନିରୀକ୍ଷକ, ଅମିନ୦୧₹୧୫,୦୦୦/-
ମୋଟ୍୦୩

Eligibility Criteria (ଯୋଗ୍ୟତା ମାପଦଣ୍ଡ)

  • ରାଜସ୍ବ ଅଧିକାରୀ: ଅବସରପ୍ରାପ୍ତ ଓ.ପ୍ର.ସେ/ଓ.ରା.ସେ ।
  • ସହାୟକ ତଥା ହିସାବରକ୍ଷକ: ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ/ବରିଷ୍ଠ ସହାୟକ ।
  • ଅମିନ: ଅବସରପ୍ରାପ୍ତ ରାଜସ୍ବ ପରିଦର୍ଶକ/ନିରୀକ୍ଷକ, ଅମିନ ।
  • ବୟସ ସୀମା ଓ ସ୍ୱାସ୍ଥ୍ୟ: ଯେଉଁ ଅଧିକାରୀମାନେ ଅବସର ଗ୍ରହଣର ନିର୍ଦ୍ଧାରିତ ବୟସରେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି ଏବଂ ଯେଉଁମାନଙ୍କର ବୟସ ୬୪ (ଚଉଷଠି) ବର୍ଷରୁ କମ୍ ଏବଂ ଶାରୀରିକ ଭାବେ ସୁସ୍ଥ ଥିଲେ ପୁନଃନିଯୁକ୍ତି ପାଇଁ ବିଚାର ନିମନ୍ତେ ଯୋଗ୍ୟ ହେବେ ।
  • କମ୍ପ୍ୟୁଟର ଜ୍ଞାନ: ଅଧିକାରୀ ମାନଙ୍କର OSWAS ରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ କମ୍ପ୍ୟୁଟର ଜ୍ଞାନ ଥିବା ଉଚିତ୍ ।
  • ଶୃଙ୍ଖଳାଗତ ଯୋଗ୍ୟତା: ଯେଉଁ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାମୂଳକ ପଦକ୍ଷେପ, ଫୌଜଦାରୀ ମାମଲା କିମ୍ବା ଭିଜିଲାନ୍ସ ତଦନ୍ତ ବିଚାରାଧୀନ ଅଛି କିମ୍ବା ଗତ ପାଞ୍ଚ ବର୍ଷ ମଧ୍ୟରେ ଅସଦାଚରଣ ପାଇଁ ଦଣ୍ଡିତ କରାଯାଇଛି ସେହି ଅଧିକାରୀଙ୍କୁ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚନା କରାଯିବ ନାହିଁ ।

Salary Details (ଦରମାବିବରଣୀ)

  • ରାଜସ୍ବ ଅଧିକାରୀ: ₹୩୦,୦୦୦/- (ମାସିକ)
  • ସହାୟକ ତଥା ହିସାବରକ୍ଷକ: ₹୨୦,୦୦୦/- (ମାସିକ)
  • ଅମିନ: ₹୧୫,୦୦୦/- (ମାସିକ)

Job location (କାର୍ଯ୍ୟ ସ୍ଥାନ)

  • ଭୂ-ଅର୍ଜନ ଅଧିକାରୀ ଓ କ୍ଷମତାପନ୍ନ ପ୍ରାଧିକାରୀ, ଜାତୀୟ ରାଜପଥ ନଂ-୪୨/୫୫ ଙ୍କ କାର୍ଯ୍ୟାଳୟ, କଟକ ।

ଚୟନପ୍ରକ୍ରିୟା (Selection Process) for Cuttack District Collectorate Recruitment 2026

  • ଏହି ନିଯୁକ୍ତି ଜିଲ୍ଲାପାଳ, କଟକଙ୍କ ଦ୍ବାରା ଗଠିତ କମିଟି ମାଧ୍ୟମରେ କରାଯିବ ।
  • ଅଧିକାରୀ ମାନଙ୍କର କାର୍ଯ୍ୟଦକ୍ଷତାକୁ ନିୟମିତ ଭାବେ ସମୀକ୍ଷା କରାଯିବ ।

ଆବେଦନ କରିବାରପ୍ରଣାଳୀ (How to Apply) for Cuttack District Collectorate Recruitment 2026

  • ଆବେଦନକାରୀ ମାନେ ନିର୍ଦ୍ଧାରିତ ଆବେଦନ ଫର୍ମରେ ଦରଖାସ୍ତ ଦାଖଲ କରିବେ ।
  • ଆଗ୍ରହୀ ଥିବା ରାଜସ୍ବ ବିଭାଗରୁ ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ଦରଖାସ୍ତ ବୃଦ୍ଧି କରାଯାଇଥିବା ଶେଷ ତାରିଖ ମଧ୍ୟରେ ଭୂ-ଅର୍ଜନ କାର୍ଯ୍ୟାଳୟରେ ଦାଖଲ କରିପାରିବେ ।
  • ଧାର୍ଯ୍ୟ ତାରିଖ ଗତେ ଦାଖଲ କରାଯାଇଥିବା ଦରଖାସ୍ତ ଅଗ୍ରାହ୍ୟ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates)

  • ପ୍ରଥମ ବିଜ୍ଞାପନ ତାରିଖ: ୦୭.୦୯.୨୦୨୬
  • ପୂର୍ବରୁ ଧାର୍ଯ୍ୟ ଆବେଦନର ଶେଷ ତାରିଖ: ୧୧.୦୯.୨୦୨୬ (ଅପରାହ୍ନ ୫.୩୦ ମିନିଟ୍)
  • ବୃଦ୍ଧି କରାଯାଇଥିବା ଆବେଦନ ଗ୍ରହଣର ଶେଷ ତାରିଖ: ୩୦.୦୯.୨୦୨୬

ଆବଶ୍ୟକୀୟ ଦଲିଲପତ୍ର (Required Documents)

  1. ନିର୍ଦ୍ଧାରିତ ଫର୍ମାଟ୍‌ରେ ପୂରଣ କରାଯାଇଥିବା ଆବେଦନ ଫର୍ମ ।
  2. ଅବସର ଆଦେଶର ନକଲ (Copy of Retirement Order) ।
  3. କୌଣସି ବିଭାଗୀୟ ଶୃଙ୍ଖଳାମୂଳକ ପଦକ୍ଷେପ, ଫୌଜଦାରୀ ମାମଲା କିମ୍ବା ଭିଜିଲାନ୍ସ ତଦନ୍ତ ନଥିବା ସମ୍ପର୍କିତ ଘୋଷଣାନାମା (Self-declaration) ।
  4. କାର୍ଯ୍ୟ ଅଭିଜ୍ଞତା ବିବରଣୀ ପତ୍ର ।
  5. ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ।

ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ (Important instructions)

  • ଏହି ନିଯୁକ୍ତି ୬ ମାସ ନିମନ୍ତେ ବୈଧ ରହିବ ଏବଂ ଆବଶ୍ୟକ ସ୍ଥଳେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାଳ ବୃଦ୍ଧି କରାଯିବ ।
  • ଉକ୍ତ ବିଜ୍ଞାପନରେ ଉଲ୍ଲେଖିତ ଅନ୍ୟାନ୍ୟ ସମସ୍ତ ସର୍ତ୍ତାବଳୀ, ଯୋଗ୍ୟତା, ଚୟନ ପ୍ରକ୍ରିୟା ବ୍ୟବସ୍ଥାଗୁଡ଼ିକ ଅପରିବର୍ତ୍ତିତ ରହିବ ।
  • ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ନିଯୁକ୍ତିକୁ ଯେକୌଣସି ସମୟରେ ରଦ୍ଧ କରିଦିଆଯିବ ।

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ (Important Links)

Leave a Comment

Your email address will not be published. Required fields are marked *

Scroll to Top